ଝାରସୁଗୁଡା,ଏନ୍ଏନ୍ଏସ୍: ଆଜି ଜିଲ୍ଲାରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲାର କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣୁ ଅଞ୍ଚଳବାସୀଙ୍କ ସୁରକ୍ଷା ଓ କରୋନା ସଂକ୍ରମଣ ରୋକିବା ପାଇଁ ରଘୁନାଥ ପାଲି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି।
ଏହି ସଟଡାଉନ ସମୟରେ କେହି ଘରୁ ନ ବାହାରି ନିଜ ନିଜ ଘର ଭିତରେ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଏହି ସଟଡାଉନ ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।