ମନ୍ତ୍ରୀଙ୍କ କୋଭିଡ କେୟାର ସେଣ୍ଟର ଗସ୍ତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିିଥିବାବେଳେ ଚିକିତ୍ସା ନିମନ୍ତେ ସ୍ଥାନାଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଷମକଟକ ବ୍ଲକର ନାନିରିଗୁଡ଼ା ଏବଂ ବିଷମକଟକ ସଦର ମହକୁମାରରେ ୨ଟି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ ବିଷମକଟକ ବ୍ଲକ ଗସ୍ତରେ ଆସି ନିର୍ମାଣାଧୀନ ଦୁଇ କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରଛନ୍ତି। ଏଥିସହିତ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ବିଧି ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି କି ନାହିଁ ତାହା ତଦାରଖ କରିଥିଲେ। ନାନିରିଗୁଡ଼ାଠାରେ ୨୦୦ ଶଯ୍ୟା ଏବଂ ବିଷମକଟକ ସଦର ମହକୁମାଠାରେ ୩୦୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକଡ଼ା, ତହସିଲଦାର ଶୁଭେନ୍ଦୁ ଜେନା, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।