ବରଗଡ଼,ଏନ୍ଏନ୍ଏସ୍: ବରପାଲି ବ୍ଲକ୍ କଦଲିପାଲିସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉନ୍ନତ୍ତ ଭାରତ ଅଭିଯାନ ଓ ଏନଏସଏସ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କଲେଜ ଅଧ୍ୟକ୍ଷା ପଦ୍ମିନୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ତପସ୍ୱିନୀ ବିହାରରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା। ଏନଏସଏସ ପ୍ରକଳ୍ପ ଅଧିକାରୀ ସୁନୀଲ କୁମାର ନନ୍ଦଙ୍କ ସମେତ ଅନ୍ତର୍ଯ୍ୟାମୀ ପଣ୍ଡା, ନିତେଶ ତାଣ୍ଡି, ନିଲିମା ନାୟକ, ବିଜୟ ଲକ୍ଷ୍ମୀ ସାହୁ, ପିଙ୍କି ବାରିକ, ନମିତା ମେହେର ପ୍ରମୁଖ ଯୋଗଦେଇ ଥିଲେ।