କରୋନା ପଜିଟିଭ ଚିହ୍ନଟ ପରେ ପାଟଣାଗଡ଼ ସହରର ୧୧ ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସହରରେ ପୁଣି ଏକ କରୋନା ପଜିଟିଭ ଚିହ୍ନଟ ପରେ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ସହରରେ ଥିବା ୧୧ନଂ ୱାର୍ଡ ହୀରାସାଗରପଡ଼ା ଓ କାଡୋପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ଫଳରେ ଉକ୍ତ ୨ଟି ପଡ଼ାରେ ଥିବା ୫ଟି ପ୍ରବେଶପଥକୁ ସିଲ କରିଦିଆଯାଇଛି।

ସେହିପରି ପଡ଼ାରେ ଥିବା ଦୋକାନବଜାରକୁ ବନ୍ଦ କରିବା ସହ ଯାତାୟାତ ବନ୍ଦ ରହିଛି। ଏଠାରେ ପ୍ରକାଶ ଯେ ଉକ୍ତ ଯୁବକ ସ୍ଥାନୀୟ ଡାକ୍ତରଖାନାରେ ବୁଲାବୁଲି କରି ଥିବାରୁ ଆଜି ଡାକ୍ତରଖାନା କର୍ତ୍ତୃପକ୍ଷ ସମଗ୍ର ଡାକ୍ତରଖାନା ପରିସରକୁ ସାନିଟାଇଜ କରାଇଛନ୍ତି।