ବିଲ ହୁଡ଼ାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ବାଘମାରି ସ୍ଥିତ ହଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟ ବିଲ ହୁଡ଼ାରୁ ଆଜି ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ବାଘମାରିର ଲିଲି ନାୟକ ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ବିଲରେ ଏକ ଶିଶୁ କନ୍ୟାର କାନ୍ଦ ଶୁଣିଥିଲେ। ପରେ ସେଠାକୁ ଯିବାପରେ ଏକ ଶିଶୁ କନ୍ୟାକୁ ଦେଖି ତାକୁ ଉଦ୍ଧାର କରିଥିଲେ। ପରେ ସଂଗେସଂଗେ ନବଜାତ ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ତେବେ କିଏ ଏବଂ କାହିଁକି ନବଜାତକଙ୍କୁ ବିଲରେ ଫୋପାଡ଼ି ଦେଇଛି ତାହା ଜଣାପଡିନାହିଁ।