ଟଳି ପଡ଼ିଲେ କରୋନା ଯୋଦ୍ଧା

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଘରକୁ ଘର ବୁଲି ଔଷଧ ବାଣ୍ଟିବା ଓ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସମୟରେ ଜଣେ ଆଶାକର୍ମୀ ପ୍ରାଣ ହରାଇଛନ୍ତି। ଆଶକର୍ମୀ ଜଣକ ଖୋର୍ଦ୍ଧା ବ୍ଲକ ଓବରୟ ସିଂ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପୂର୍ଣ୍ଣିମାସୀ ବଳିଆର ସଂହ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ପୂର୍ବାହ୍ନରେ ଢିହଖଳା ଗ୍ରାମରେ ଔଷଧ ବାଣ୍ଟୁଥିବା ବେଳେ ପୂର୍ଣ୍ଣିମାସୀ ହଠାତ୍ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ସ୍ୱାମୀ ବେଣୁଧରଙ୍କ ଅଭିଯୋଗକ୍ରମେ ଆଦର୍ଶ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।