କୁଇକେଡ଼ା ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କୁଇକେଡ଼ା ଗ୍ରାମର ଜଣେ ଯୁବକ( ୨୭) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେ କିଛିଦିନ ପୂର୍ବରୁ ବାଙ୍ଗାଲୁରୁରୁ ଫେରି ସଇଁନ୍ତଳା ବାଳିକା ହାଇସ୍କୁଲର କ୍ୱାରେଣ୍ଟାଇନ ସେଣ୍ଟର ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କହୁଯାଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ରୋକିବାକୁ ଲୋକଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଉଛି। ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କ ଠାରୁ ୫୦୦ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଉଥିବା ଜଣାପଡ଼ିଛି।