ବ୍ରହ୍ମପୁର ସୀମା ସିଲ୍

ବ୍ରହ୍ମପୁର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରକୁ ଚାରି ଦିଗରୁ ବନ୍ଦ କରାଯାଇଛି। ଫଳରେ କୌଣସି ଲୋକ ବ୍ରହ୍ମପୁରକୁ ଆସିପାରିବେ ନାହିଁ କି ଯାଇପାରିବେ ନାହିଁ। ଏନେଇ ସୂଚନା ପ୍ରଦାନ କଲେ ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା କଟକଣାମୁକ୍ତ ରହିବ। ମାଲ ପରିବହନକାରୀ ଗାଡ଼ିକୁ ଯା’ଆସ ପାଇଁ ଅନୁମତି ମିଳିବ। ରେଳ ଓ ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ଯିବାକୁ ଦିଆଯିବ ବୋଲି କମିଶନର କହିଛନ୍ତି।