ଋଷରେ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଶେଷ !

ମସ୍କୋ: ବିଶ୍ୱର ପ୍ରଥମ କରୋନା ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ସରିଛି। ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯାଇଥିବା ବେଳେ ଏହା ଭଲ ପ୍ରଭାବ ପକାଇଛି। ତେଣୁ ମନୁଷ୍ୟ ଦେହରେ କୋଭିଡ୍‌-୧୯ ଟିକାର ସଫଳ ପରୀକ୍ଷଣ ପାଇଁ ଋଷର ସେକନୋଫ୍‌ ବିଶ୍ୱବିଦ୍ୟାଳୟ ଦାବି କରିଛି।

କରୋନା ଭାଇରସ୍ ବିରୋଧରେ ଏକ ପ୍ରଭାବଶାଳୀ ତଥା ନିରାପଦ ଟିକା ଖୋଜିବା ଦିଗରେ ବିଶ୍ୱର ଅନେକ ରିସର୍ଚ୍ଚର ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ମସ୍କୋ ଷ୍ଟେଟ୍ ମେଡିକାଲ୍ ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକାର କ୍ଲିନିକାଲ ଟେଷ୍ଟ ସମାପ୍ତ ହୋଇଥିବା ନିର୍ଦ୍ଦେଶକ ଭାଡିମ୍ ତାରାସୋଭ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭ୍ୟାକସିନ ଟ୍ରାଏଲରେ ଅଂଶଗ୍ରହଣ କରିଥିବା ପ୍ରଥମ ଦଳ ସ୍ୱେଚ୍ଛାସେବୀଙ୍କୁ ବୁଧବାର ଏବଂ ଦ୍ୱିତୀୟ ଦଳଙ୍କୁ ଜୁଲାଇ ୨୦ରେ ଡିସଚାର୍ଜ କରାଯିବ। ଏହାପରେ ଟିକା ନେଇଥିବା ଲୋକଙ୍କ ଉପରେ ଭାଇରସର କଣ ପ୍ରଭାବ ରହୁଛି ସେ ନେଇ ଆଗକୁ ରିସର୍ଚ୍ଚ କରାଯିବ। ତେବେ ଏହି ପରୀକ୍ଷା ଜୁନ ୧୮ରେ ଆରମ୍ଭ ହୋଇଥିଲା।