ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କରୋନା ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗିନ ହୋଇଛି। ତେବେ ଏହା ବଲିଉଡରେ ମଧ୍ୟ ପ୍ରବେଶ କରିଛି। ବିଗ ବି ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ମହାମରୀରେ ଆକ୍ରାନ୍ତ ହେବାପରେ ଏବେ ଅନୁପମ ଖେରଙ୍କ ପରିବାରରେ ମଧ୍ୟ ଏହି ସଂକ୍ରମଣ ଦେଖାଦେଇଛି। ଏନେଇ ଅନୁପମ ଖେର ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।
ସେ ଟୁଇଟ କରି କହିଛନ୍ତି ଯେ ମୋ ମା ଦୁଲାରୀ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଆମେ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରିଛୁ। ମୋ ଭାଇ, ଭାଉଜ ଏବଂ ଭଣଜା ମଧ୍ୟ ଅନେକ ସାବଧାନରେ ରହିବା ସହ ସାମାନ୍ୟ ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି। ମୋ ପରିବାରର ୪ ଜଣ କରୋନା ପଜିଟିଭ୍ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଅନୁପମ୍ କହିଛନ୍ତି। ମୁଁ ନିଜକୁ ମଧ୍ୟ ପରୀକ୍ଷା କରିଥିଲି ଏବଂ ମୋ ରିପୋର୍ଟ ନେଗେଟିଭ ଅଛି। ଏନେଇ ସେ ଜରୁରୀ କାମ ନଥିଲେ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।