ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାର କିଛି ସରକାରୀ କୋଠା ଓ ଶିକ୍ଷାନୁଷ୍ଠାନକୁ କୋଭିଡ କେୟାର ସେଣ୍ଟର ଭାବେ ଘୋଷଣା କରାଯାଇଛି। ସେହିପରି ଆଉ କେତେକକୁ ଡେଡିକେଟେଡ କୋଭିଡ କେୟାର ସେଣ୍ଟର ଭାବେ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ନେଇ ନୋଟିସ ଜାରି କରିଛନ୍ତି। ତେବେ ଏହି ସେଣ୍ଟରମାନଙ୍କରେ କରୋନା ଆକ୍ରାନ୍ତଙ୍କୁ ଆଇସୋଲେଟ କରି ରଖାଯିବ ଓ ଏହି ସେଣ୍ଟରେ ଡ୍ୟୁଟିରେ ଥିବା କର୍ମଚାରୀମାନେ ଡ୍ୟୁଟି ପରେ କ୍ୱାରେଣ୍ଟାଇନରେ ରହିବେ। ସେହିପରି ଏହି ହସ୍ପିଟାଲଗୁଡ଼ିକ ସଂକ୍ରମଣ ଜନିତ ଗାଇଡଲାଇନ ମାନିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।