କ୍ରିକେଟ ଖେଳୁଥିଲେ, ଚାଲିଗଲେ ଯବାନ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ନୋତର ପଞ୍ଚାୟତ ଟାଙ୍ଗିପାଟଣା ଗ୍ରାମରେ ଆଜି ଜଣେ ସିଆରପିଏଫ ଯବାନଙ୍କ ଅଚାନକ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏହି ଗ୍ରାମର ସିଆରପିଏଫ ଯବାନ ସନ୍ତୋଷ କୁମାର ଦାଶ ଆଜି ଗ୍ରାମରେ କ୍ରିକେଟ ଖେଲୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।