ନୂଆଦିଲ୍ଲୀ,ଏଜେନ୍ସି: ବାୟୁ ଦ୍ୱାରା କରୋନା ଭାଇରସ ବ୍ୟାପୁଥିବା ସ୍ୱୀକାର କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। କରୋନା ବାୟୁବାହିତ ହୋଇ ଲୋକମାନଙ୍କ ଦେହକୁ ବ୍ୟାପୁଛି ବୋଲି କିଛି ବୈଜ୍ଞାନିକ ପ୍ରମାଣ କରିବା ସହ କୋଭିଡ୍-୧୯ ସଂକ୍ରମଣ ଗାଇଡାନ୍ସ ନୂଆ କରି କରିବାକୁ ଦାବି କରିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୍-୧୯ ମହାମାରୀର ବୈଷୟିକ ନେତୃତ୍ୱ ନେଉଥିବା ମାରିଆ ଭ୍ୟାନ୍ କେର୍ଖୋଭ୍ କହିଛନ୍ତି।
ଏ ସମ୍ପର୍କରେ ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ ଗବେଷଣା କରିବା ପରେ ଏହା ବାୟୁ ଦ୍ୱାରା ବ୍ୟାପିଥାଏ ବୋଲି ଜଣାପଡ଼ିଛି। ଜଣେ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା ପରେ ବାହାରୁ ଥିବା ବଡ଼ ଆକାର ବା ଛୋଟ ଆକାର ଜଳକଣା ବାୟୁରେ ଉଡ଼ି ବୁଲେ ଏବଂ ଲୋକେ ସେ ବାୟୁ ନିଃଶ୍ୱାସରେ ଗ୍ରହଣ କରି ସଂକ୍ରମିତ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି।