କୋରାପୁଟ,ଏନଏନ୍ଏସ୍ : କୋରାପୁଟ ମାଳିସାହି ସ୍ଥିତ ସତସଙ୍ଗ କେନ୍ଦ୍ର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନି। ମିଳିଥିବା ରିପୋର୍ଟ ମୁତାବକ, ସତସଙ୍ଗ ନିକଟ ଦେଇ ଯାଇଥିବା ରାସ୍ତା ଉପରେ ଜଣେ ଯୁବକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ସବଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନୀ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖାନତାଲସ୍ ଆରମ୍ଭ କରିଛନ୍ତି। ଅନ୍ୟପଟେ ମୃତ ଯୁବକଙ୍କ ପାଟିରୁ ଫେଣ ବାହାରୁଥିବାରୁ ବିଷପାନ କରି ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି।