ରାୟଗଡା଼,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୮୦ ବର୍ଷର ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମିତ ଜଣକ ଜୁନ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ଓ ଗତ ୬ ତାରିଖରେ ତାଙ୍କର କରୋନା ପଜିଟିଭ ବାହାରିଥିଲା। ତେବେ ଆଜି ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍ତ୍ତବନ୍ଧୁ ନାୟକ। ମୃତକଙ୍କ ପରିବାର ଲୋକ ରାୟଗଡ଼ା ସହରର ସାଇପ୍ରିୟା ନଗରରେ ରହୁଥିବା ବେଳେ ସେ ଗଞ୍ଜାମରୁ ଆସି କିଛିଦିନ ପୂର୍ବରୁ ରହିଥିଲେ । ଗତ ୩୦ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଚିହ୍ନଟ ହୋଇଛି । ତାଙ୍କ ଘର ପଦ୍ମପୁରରେ । ସେ ଏବେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୮ରେ ପହଞ୍ଚିଛି।