ମାଛଗଡ଼ ସଂଗରୋଧ କେନ୍ଦ୍ରରୁ ୪ କରୋନା ପଜିଟିଭ: ୬ ବର୍ଷର ଶିଶୁକନ୍ୟା ସାମିଲ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରୁ ଆଜି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ସାହରାପଡ଼ା ବ୍ଲକସ୍ଥିତ ମାଛଗଡ଼ ଟିଏମସି ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ୬ ବର୍ଷର ଶିଶୁ କନ୍ୟା ରହିଥିବାବେଳେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ଏକ ଇଟା କମ୍ପାନୀରେ କାମ କରୁଥିଲେ। ଗତ ୨୫ ତାରିଖରେ ଆନ୍ଧ୍ରପ୍ରଦେଶରୁ ଫେରି ମାଛଗଡ଼ ଟିଏମସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ପରେ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ଯୋଗୁ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ନେବାରେ ବିଳମ୍ବ ହେବା ଯୋଗୁ ସାଧରଣରେ ଉତ୍ତେଜନା ଦେଖାଦେଇଛି।