ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଭେଟେଶ୍ୱର ପଞ୍ଚାୟତର ୨ଟି ଅଞ୍ଚଳକୁ ସଟଡାଉନ କଲେ ସରପଞ୍ଚ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଜି ପୁଣି ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଵ୍ୟକ୍ତି ଜଣକ ଗତ ୧୧ ତାରିଖରେ କୋଏତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ। ପରେ ସେଠାରୁ ଆସି ସେ ହୋମ କ୍ୱାରେଣ୍ଟାଇନରେ ନରହି ସାଙ୍ଗ ସାଥୀଙ୍କ ସହ ମିଳାମିଶା କରିଥିଲେ। ଏହି ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭେଟେଶ୍ୱର ପଞ୍ଚାୟତର ସରପଞ୍ଚ ୨ଟି ଅଞ୍ଚଳକୁ ୬ ତାରିଖ ସକାଳ ୫ଟାରୁ ଆସନ୍ତା ୯ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ସହିତ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।