ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୭୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୭ ଜଣ ଓ ଲୋକାଲ ଅଞ୍ଚଳରୁ ୧୫୨ ଜଣ ଥିବା ଜଣାପଡ଼ିଛି। ସେହିପରି ଏନଡିଆରଏଫର ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମରୁ ସର୍ବାଧିକ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ, ଖୋର୍ଦ୍ଧାରୁ ୨୭ ଜଣ, କେନ୍ଦୁଝର ଓ ଯାଜପୁରରୁ ୨୫ ଜଣ ଲେଖାଏଁ, ନୟାଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୬ ଜଣ, ସମ୍ବଲପୁରରୁ ୧୩ ଜଣ, ଗଜପତିରୁ ୧୨ ଜଣ, ଅନୁଗୁଳରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଓ ପୁରୀରୁ ୮ ଜଣ ଲେଖାଏଁ, ମୟୂରଭଞ୍ଜରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, ବଲାଙ୍ଗିରରୁ ୩ ଜଣ, ନବରଙ୍ଗପୁର ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଓ ମାଲକାନଗିରି ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହ ରାଜ୍ୟରେ ୫ ହଜାର ୯୩୪ ଜଣ ଆରୋଗ୍ୟ ହୋଇସାରିଥିବା ବେଳେ ୩ ହଜାର ୯୦ ଜଣ ସକ୍ରିୟ ଅଛନ୍ତି।