ବିଦ୍ୟୁତ ଆଘାତରେ ନାବାଳିକା ମୃତ

ଆଳି/ରାଜକନିକା,ଏନ୍ଏନ୍ଏସ୍: ରାଜକନିକା ଥାନା ବରୁଣା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ରାଜକନିକା ଥାନା ବରୁଣା ଗ୍ରାମର ନିର୍ମଳ ଜେନାଙ୍କ ୮ ବର୍ଷର ଝିଅ ଆବଲିଙ୍ଗୀ ଘରେ ଖେଳୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ପରିବାରଲୋକେ ତାଙ୍କୁ ସଙ୍ଗେସଙ୍ଗେ ରାଜକନିକା ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ମିଳିବାପରେ ବରୁଣାଗ୍ରାମ ସମେତ ରାଜକନିକା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।