ଶ୍ରୀନଗରୀ,ଏଜେନ୍ସି: ଶ୍ରୀନଗରର ମାଲାବାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଗୁଳିବିନିମୟରେ ସିଆରପିଏଫ ଯବାନ ଓ ଜାମ୍ମୁ-କାଶ୍ମୀର ପୁଲିସ ମିଳିତ ଆକ୍ରମଣ କରି ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି। ଅନ୍ୟପଟେ ଏହି ଗୁଳିବିନିମୟରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମାଲାବାଗ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଜାମ୍ମୁ କାଶ୍ମୀର ପୁଲିସକୁ ସୂଚନା ମିଳିବା ପରେ ସିଆରପିଏଫ୍ ଯବାନ ଓ ପୁଲିସ ମିଳିତ ଘେରାବନ୍ଦୀ କରିଥିଲେ। ଏହା ପରେ ଅପରେସନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି।