ପାକିସ୍ତାନ ମାନିଲା, ଏୟାରସ୍ପେସ୍ ବନ୍ଦ କରିବା ସହଜ ନୁହେଁ

ଇସ୍ଲାମାବାଦ,୨୯/୮:ପାକିସ୍ତାନ ଭାରତ ବିପକ୍ଷରେ ଅନେକ ପଦକ୍ଷେପ ନେବ ବୋଲି ଧମକ ଦେଉଥିବାବେଳେ ନଜି କଥାକୁ ବିଚାର କଲାପରେ ଏଥିରେ ଦ୍ୱନ୍ଦରେ ପଡ଼ୁଛି। ନିକଟରେ ଇମ୍ରାନ ଖାଁ ଭାରତକୁ ଏୟାରସ୍ପେସ ବନ୍ଦ କରିବାକୁ ଯୋଜନା କରୁଥିବା ମନ୍ତ୍ରୀ ଫବାଦ ଚେୀଧୁରୀ ସୂଚନା ଦେଇଥିଲେ। ଏଥିରେ ପାକିସ୍ତାନର ବୈଦେଶୀକ ମନ୍ତ୍ରା ଶାହା ମହମୁଦ୍ କୁରେଶୀ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଥିଲେ। ଏ ନେଇ ଶ୍ରୀ କୁରେଶୀ ଏକ ପାକିସ୍ତାନରେ ଏକ ପ୍ରେସ୍ମିଟ୍ରେ ବୟାନ ଦେଇଛନ୍ତି। ତେବେ ପାକିସ୍ତାନର ଏୟାରସ୍ପେସ୍ ବନ୍ଦ କରାଯାଇଛି ତାହା ସମ୍ପୂର୍ଣ୍ଣ କାଳ୍ପନିକ, ଏଥିରେ ଟିକେବି ସତ୍ୟତା ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ଏୟାରସ୍ପେସ୍ ବନ୍ଦ କରିବା ଏତେ ସହଜ ନୁହେଁ, ଆମକୁ ସବୁ ଆଡକୁ ବିଚାର କରି ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଥିଲେ।