ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା

ଭୁବନେଶ୍ୱର,୨୯ା୮/ଏନ୍ଏନ୍ଏସ୍: ଗତ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରେଳବାଇ ଇଣ୍ଡୋର ଷ୍ଟାଡିୟମଠାରେ ସର୍ବଭାତରୀୟ ଓପନ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୧୨୦୦ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ଓମ୍ଭେଲି ସ୍କୁଲର ୧୯ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୧୧ଗୋଟି ପଦକ ହାସଲ କରିଛନ୍ତି।
ସେଥିମଧ୍ୟରୁ ବାଳକ ବିଭାଗରେ ଜିତେନ୍ଦ୍ରକିଶୋର ମେହେର(୧୧)-ଫାଇଟର-ସ୍ୱର୍ଣ୍ଣ, ଅର୍ମାନ ଅଗ୍ରୱାଲ(୧୪)-ଫାଇଟର-ରୌପ୍ୟ, ଗୋବିନ୍ଦ ଅଗ୍ରୱାଲ(୧୩)-ଫାଇଟର-ରୌପ୍ୟ, ଦେବାଶିଷ ଧରୁଆ(୧୫)-ଫାଇଟର-ତାମ୍ର, ସ୍ୱାଗତ ପାଢ଼ୀ(୧୪)-ଫାଇଟ-ତାମ୍ର, ସାୱାନ ସଙ୍କଳ୍ପ ନାଏକ(୧୪)-ଫାଇଟର-ତାମ୍ର, ପୀୟୁଶ ସାହୁ(୧୪)ଫାଇଟ)-ତାମ୍ର, ଦେବାଶିଷ ସାହୁ(୧୪)-ଫାଇଟ-ତାମ୍ର, ଅଭିନବ ସାହୁ(୧୦)କାତା-ରୌପ୍ୟ ଓ ବାଳିକା ବିଭାଗରେ ଶ୍ରୀୟାସୀ ହସେଦା(୧୨)-ଫାଇଟର-ରୌପ୍ୟ, ପ୍ରକୃତି ଭାଟି(୧୦)କାତା-ରୌପ୍ୟ ପଦକ ପାଇ ଓମ୍ଭେଲି ସ୍କୁଲ ଓ ଟିଟିଲାଗଡ଼ର ଗୌରବ ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗୀମାନେ ମୁଖ୍ୟକୋଚ୍ ସେନ୍ସସାଇ ସୁରେଶ ଜାଲଙ୍କ ଆନୁକୂଲ୍ୟରେ ଅଂଶଗ୍ରହଣ କରିଥିଲେ।