ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୫ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଝାରସୁଗୁଡ଼ା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସହ ଆଜିର ୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଝାରସୁଗୁଡ଼ା ଜିଲ୍ଲାକୁ ଜୋନ-୧ ଭାବରେ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶମତେ ଜୁଲାଇ ମାସର ପ୍ରତ୍ୟେକ ଶିନବାର ଓ ରବିବାର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ।
ଏହି ଦୁଇଦିନ ସମସ୍ତ ଦୋକାନ ବଜାର ଓ ବେସରକାରୀ ଅଫିସ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଖୋଲା ରହିବ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିଥିବାବେଳେ ସାଧାରଣ ଲୋକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି। କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଜିଲ୍ଲାର ପ୍ରତ୍ୟେକ ପୌରାଞ୍ଚଳ ଓ ବ୍ଲକସ୍ତରରେ ସ୍କାର୍ଡ ଗଠନ କରାଯାଇ ଆଇନ ଉଲଙ୍ଘନକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।