ବାରିପଦା,ଏନ୍ଏନ୍ଏସ୍: ବାରିପଦା ଟାଉନ ଥାନା ଓ ପୌର ପରିଷଦ ଅଧୀନ ତୁଳସୀଚଉରା ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜଣେ ଅଜଣା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁସାରେ ଆଜି ପ୍ରାତଃଭ୍ରମଣ କରୁଥିବା ସମୟରେ ସ୍କୁଲ ହତା ଭିତରେ ଜଣେ ଅଜଣା ଯୁବକର ଝୁଲନ୍ତା ମୃତ ଦେହ ଦେଖିଥିଲେ।
ଏ ସମ୍ପର୍କରେ ସେମାନେ ସ୍ଥାନୀୟ ପୁଲିସ ଓ ବିଦ୍ୟାଳୟ ଶିକ୍ଷକଙ୍କୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।