ବିଶ୍ୱରେ କୋଟିଏ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଆମେରିକା, ବ୍ରାଜିଲ, ଭାରତ, ପାକିସ୍ତାନ ସମେତ ଅନେକ ଦେଶରେ ସ୍ଥିତି ଦିନକୁଦିନ ଗମ୍ଭୀର ହେବାରେ ଲାଗିଛି। ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧ କୋଟି ଛୁଇଁବାକୁ ଯାଉଛି।

ୱାର୍ଲଡମିଟରର ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ୧୦ ହଜାର ୧୩୭ ହୋଇଥିବାବେଳେ ୪ଲକ୍ଷ ୯୬ ହଜାର ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୫୩ଲକ୍ଷରୁ ଊର୍ଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶର ସୂଚୀରେ ଆମେରିକା ଏବେ ବି ପ୍ରଥମ ସ୍ଥାନରେ ରହିଛି। ଆମେରିକାରେ ୨୫ ଲକ୍ଷରୁ ଊର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ଲକ୍ଷ ୨୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ବ୍ରାଜିଲରେ ଗତ ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବାବେଳେ ୧୦୫୫ ଜଣଙ୍କର ମୃତ୍ୟୁ ଘଟିଛି। କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ସବୁଠୁ ଅଧିକ ମୃତ୍ୟୁ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ, ବ୍ରାଜିଲ, ଋଷ, ସ୍ପେନ, ଆମେରିକା, ଇଟାଲୀ, ଭାରତ, ପେରୁ, ଇରାନ, ମେକ୍ସିକୋରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ରହିଛି। ସେହିପରି ପାକିସ୍ତାନ, ଜର୍ମାନୀ ଓ ତୁର୍କୀରେ ମଧ୍ୟ ୧ଲକ୍ଷ ୯୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି।