ଭୁବନନେଶ୍ୱର, ଏନ୍ଏନ୍ଏସ୍: ଆଜି ପବିତ୍ର ଘୋଷଯାତ୍ରା । କଟକଣା ଓ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କେବଳ ସେବାୟତ ଓ ପୁଲିସ କର୍ମଚାରୀ ରଥ ଟାଣିଛନ୍ତି । ତେବେ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ପ୍ରଣାମ କରିଥିବା ଦେଖିବାକୁ ମିଳିଛି ।
ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ।
ସବୁ ତାଙ୍କରି ଇଚ୍ଛା।#ଜୟଜଗନ୍ନାଥ🙏🏼 pic.twitter.com/CYjz4AXJxa
— Naveen Patnaik (@Naveen_Odisha) June 23, 2020