ବାରିପଦା,ଏନ୍ଏନ୍ଏସ୍ : ସାଧାରଣତଃ କୌଣସି ବ୍ୟକ୍ତିର ମୃତ୍ୟୁହେଲେ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଶବକୁ କାନ୍ଧ ଦେଇ ଶ୍ମଶାନକୁ ଦାହ ନିମନ୍ତେ ନେଇଥାନ୍ତି । ମାତ୍ର ବାରିପଦା ସହରରେ ଏହାର ବିପରୀତ ଦେଖିବାକୁ ମିଳିଥିଲା । ଆଜି ୩ ଜଣ ବ୍ୟକ୍ତି ଟ୍ରଲିରେ ଏକ ଶବକୁ ବୋହି ମେଞ୍ଚାବନ୍ଧା ଜଙ୍ଗଲରେ ପୋତିବାକୁ ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଧା ଦେଇଥିଲେ । ଫଳରେ ସେମାନେ ପୁଣି ଟ୍ରଲିରେ ଶବକୁ ପକାଇ ଫେରି ଆସୁଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥରେ କେତେକ ସ୍ଥାନୀୟ ଜନତା ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ନଜରକୁ ଆସିବା ପରେ ବାରିପଦା ଟାଉନ ଥାନାକୁ ଜଣାଇଥିଲେ । ଥାନା ଅଧିକାରୀ ଏକ ଘରୋଇ ଆମ୍ବୁଲାନ ପଠାଇ ଶବକୁ ଦାହ ନିମନ୍ତେ ଶ୍ମଶାନକୁ ପଠାଇଥିଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଵାରିପଦା ସହରର ପାଲବଣି ଅଞ୍ଚଳରେ।
