ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ଆଜି ଠାରୁ ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଅଧିକ କରୋନା ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳ ଉପରେ ଲଗାତର ନଜର ରଖାଯିବ। ଏନେଇ ଜିଲ୍ଲାର ୩୬୧ ଜଣ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୃହ ସଂଗରୋଧରେ ଥିବା ବ୍ୟକ୍ତି, କରୋନା ରୋଗୀଙ୍କ ନିକଟରେ ଚଳପ୍ରଚଳ କରୁଥିବା କିମ୍ବା ସେବା ଶୁଶୃଷା କରୁଥିବା ବ୍ୟକ୍ତି ଓ ରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ଫୋନ କରି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ।
