ପାକ୍ ଅଲରାଉଣ୍ଡର ଆଫ୍ରିଦିଙ୍କୁ କରୋନା

ନିତିଦିନ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଫ୍ରିଦି ନିଜେ ଟ୍ୱିଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ପାକିସ୍ତାନର ଏହି ଧୁଆଁଧାର ଅଲରାଉଣ୍ଡର ଟ୍ୱିଟ କରି କହିଛନ୍ତି କି, ମୁଁ ଗୁରୁବାରଠାରୁ ଅସୁସ୍ଥ ଅନୁଭବ କରୁଥିଲି, ଶରୀରରେ ଖୁବ୍ ଜୋରରେ ଯନ୍ତ୍ରଣା ହେଉଥିଲା। ସେଥିପାଇଁ ମୁଁ କରୋନା ଟେଷ୍ଟ କରାଇଲି ଆଉ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଲା।’ ଏଥିସହିତ ଖୁବଶୀଘ୍ର ସୁସ୍ଥ ହେବା ପାଇଁ ତାଙ୍କୁ ସମସ୍ତଙ୍କ ପ୍ରାର୍ଥନାର ଆବଶ୍ୟକତା ଅଛି ବୋଲି ଆଫିଦ୍ରି ଲେଖିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପିବା ଦିନରୁ ହିଁ ଆଫ୍ରିଦି ନିଜ ତରଫରୁ ପାକସ୍ତାନବାସୀଙ୍କୁ ସାହାଯ୍ୟ କରୁଛନ୍ତି। ‘ସାହିଦ ଆଫ୍ରିଦି ଫାଉଣ୍ଡେସନ’ ଜରିଆରେ ସେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ସହ ଖାଦ୍ୟ ପୁଡ଼ିଆ ବାଣ୍ଟୁଛନ୍ତି।