ଭୁବନେଶ୍ୱର,ଏନ୍ଏନ୍ଏସ୍ : ରଜ ପର୍ବ ପାଇଁ ଆଉ ମାତ୍ର ୨ ଦିନ ଥିବା ବେଳେ ଦୋକାନ ବଜାରରେ ଗହଳି ବଢିଚାଲିଛିି । କିନ୍ତୁ କରୋନା ସଙ୍କଟ ସମୟରେ ସାମାଜିକ ଦୂରତା ନମାନିବାରୁ ଭୁବନେଶ୍ୱର ମାର୍କେଟ ବିଲଡିଂକୁ ସିଲ୍ କରିସାରିଛି ବିଏମସି। ଏହା ପରେ ଭୁବନେଶ୍ୱରର ୟୁନିଟ୍-୧କୁ ବି ଏବେ ସିଲ୍ କରିଛି ବିଏମସି । ପ୍ରବଳ ଗହଳି ଯୋଗୁଁ ମାକେର୍ଟ ସିଲ୍ କରିବାକୁ ବାଧ୍ୟ ହୋଇଛି ବିଏମସି । ତେବେ ବିଏମସି କେବଳ ଆଜି ଦିନକ ପାଇଁ ମାକେର୍ଟକୁ ସିଲ୍ କରିଛି ।
ସୂଚନାଯୋଗ୍ୟ, ରଜକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟା ପରିବର୍ତେ ରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ। କିନ୍ତୁ ଦୋକାନରେ ଅତ୍ୟଧିକ ଲୋକଭିଡ଼ ଓ ଲୋକମାନେ କୋଭିଡ୍-୧୯ର ଗାଇଡ ଲାଇନକୁ ନମାନି ଦୋକାନରେ ଭିଡ଼ ଜାଇଥିଲେ। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।