ମଦ ଜବତ ୭ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : କରୋନା ମହାମାରୀ ସଂକ୍ରମଣ ସମୟରେ ସାରା ଦେଶ ଲକଡାଉନ ଥିବାବେଳେ ଦେବଗଡ ଜିଲ୍ଲାରେ ବେଆଇନ ମଦ କାରବାର ବୃଦ୍ଧିପାଇଛି। ଏହାକୁ ଦୃଷ୍ଟିରେ ରଖି ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଓ ରିଆମାଳ ଥାନା ଅଂଚଳର ବିଭିନ୍ନ ସା୍ଥନରେ ଆଜି ଚଢାଉ କରାଯାଇଛି । ଚଢାଉ ସମୟରେ ୨କ୍ୱିଇଣ୍ଟାଲଣ୍ଟମହୁଲ ପୋଚ ନଷ୍ଟ କରାଯିବା ସହ ୧୦୫ ଲିଟର ଦେଶୀ ରନ୍ଧା ମଦ ଓ ବେଆଇନ ରନ୍ଧାମଦ ପ୍ରସ୍ତୁତରେ ବ୍ୟବହୃତ ବିଭିନ୍ନ ଉପକରଣ ଜବତ କରାଯାଇଛି। ସେହିପରି ବେଆନ ମଦ କାରବାର ଚଳାଇଥିବା ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଓ କୁଣ୍ଢେଇଗୋଳା ଥାନାଚଂଳରେ ବେଆଇନ ମଦ କାରବାର ଚାଲୁଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଅବକାରୀ ଅଧ୍ୟୀକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନୀରିକ୍ଷକ ପଦ୍ମଲୋଚନ ପ୍ରଧାନ ,ଉପ ନିରୀକ୍ଷକ ରାଧାକାନ୍ତ ଭୋଇ ,ଏଏସଆଇ ଗୋବିନ୍ଦ କୁମାର ସାହୁ , ଦିଲ୍ଲିପ କୁମାର ଶତପଥି , ପଦ୍ମାଳୟା ମୁଣ୍ଡା , ବାଦଲ ବହ୍ମା ପ୍ରମୁଖ ଆଜି ସକାଳୁ ରିଆମାଳ ଥାନା ଅନ୍ତର୍ଗତ କାଦୋପଡା ଗ୍ରାମରେ ଗୁଞ୍ଜ ବେହେରା (୪୮)ଓ ମଞ୍ଜୁ ବେହେରା(୪୩)ଙ୍କ ଘରେ ଚଢଉ କରି ବେଆଇନ ବିକ୍ରୀ ପାଇଁ ରଖିଥିବା ୧୭ ଲିଟର ଦେଶୀ ରନ୍ଧା ମଦ ସହ ୩୦ କେଜି ପୋଚ ,ରତାଖଣ୍ଡି ଗ୍ରାମର ଦୁଃଖ ବନ୍ଧୁ ନାଏକ(୫୦) ନିକଟରୁ ୧୫ ଲିଟର ଦେଶୀ ରନ୍ଧା ମଦ ,ଚଡକମରା ଗ୍ରାମର ବୁଦ୍ଧୁ ହଂସ (୩୫) ନିକଟରୁ ୩୫ କେଜି ମହୁଲ ପୋଚ,ଠେଲକଗୁଡି ଗ୍ରାମର ସୁକୁମାର ପ୍ରଧାନ(୩୦)ଙ୍କ ନିକଟରୁ ୩୦ କେଜି ମହୁଲ ପୋଚ ଓ ଉକ୍ତ ଗ୍ରାମର ସୁକାନ୍ତି ପ୍ରଧାନ (୪୦)ଙ୍କ ନିକଟରି ୧ କ୍ୱିଣ୍ଟାଲ ପୋଚ ଜବତ କରି ନଷ୍ଟ କରାଯାଇଥିଲା। ସେହିପରି କୁଣ୍ଢେଇଗୋଳା ଥାନା ଶିମଲତା ଗ୍ରାମର ଚୈତୁ କିସାନଙ୍କ ଘରୁ ୩୮ ଲିଟର ଦେଶୀ ରନ୍ଦା ମଦ ଜବତ ହୋଇଥିବା ବେଳେ ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସେହିପରି କଣ୍ଟାବାହାଲ ଗ୍ରାମର ଉଦୟ ନାଥ ବେହେରା (୩୦)ନିକଟରୁ ୩୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଳାଣ କରାଯାଇଥିବା ଜଣାପଡିଛି ।