ଦୁଷ୍କର୍ମ ଅଭିଯୋଗରେ ୨ ବର୍ଷ ପରେ ଅଭିଯୁକ୍ତ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : ଦୁଷ୍କର୍ମ ମାମଲାରେ ଦୀର୍ଘ ୨ ବର୍ଷ ଧରି ଫେରାର ହେବା ପରେ ଆଜି ଦେବଗଡ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିବା ଆରସିଏମଏସ ସାହିର ଛତ୍ରପତି ନାଏକ ନାମକ ଜଣେ ଯୁବକ ପୌରଚଂଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପରେ ବିବାହ ପାଇଁ ଡାକି ନେଇ ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡି ଛତ୍ରପତି ଫେରାର ହୋଇଯାଇଥିଲେ।

ଯୁବତୀ ଜଣକ ପ୍ରତାରିତ ହୋଇଥିବା ଜାଣିବା ପରେ ଗତ ୨୦୧୮ ମସିହା ଜୁନ ୯ ତାରିଖ ଦିନ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ ଥାନା ପୁଲିସ ଏକ ଦୁଷ୍କର୍ମ ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଘଟଣା ଦିନ ଠାରୁ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିଲା। ତେବେ ଗତକାଲି ଅଭିଯୁକ୍ତ ଯୁବକ ନିଜ ଘରକୁ ଆସିଥିବା ଖବର ପାଇ ମାମଲାର ତଦନ୍ତକାରୀ ଅଧିକାରୀ ସୁକାନ୍ତ କେରକେଟା ତାକୁ ଗିରଫ କରିବା ସହ ଆଜି କୋର୍ଟ ଚାଳାଣ କରିଥିଲେ। ମାତ୍ର ଅଦାଲତରେ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।