ରାୟଗଡା ଜିଲ୍ଲାରୁ ଆଜି ୪ କୋରାନା ଆକ୍ରାନ୍ତ ଚିହ୍ନଟ; ସିଡ଼ିଏମଓ ଗଲେ ହୋମ କ୍ୱାରେଣ୍ଟାଇନ୍

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲାରୁ ଆଜିି ୪ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହିଳା, ୨ ପୁରୁଷ ଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତମାନ ୭ରେ ପହଂଚିଛି। ଜଣେ ୩୪ ବର୍ଷ ପୁରୁଷ ସ୍ୱାସ୍ଥ୍ୟ କର୍ମୀ କରୋନା ପଜେଟିଭ୍ ଆସିବା ପରେ ବର୍ତମାନ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କାହା ସଂସ୍ପର୍ଶରେ ଆସିଥିଲେ ତାହା ନେଇ ଏବେ ତନାଘନା ଚାଲିଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟୁ ସାନିଟାଇଜ୍ କରାଯାଉଛି। ସିଡିଏମଓ, ଏଡିଏମଓ, ଡିପିଏମ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ଘରେ ସଂଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ରାୟଗଡା ସହରର ରେଭେନ୍ୟୁ କଲୋନୀର କିଛି ଅଂଚଳ ଏବଂ ମିନି ମେଡିକାଲ କଲୋନୀକୁ ନିଷିଦ୍ଧାଚଂଳ ଘୋଷଣା କରାଯାଇଛି। ସେହିପରି ଅନ୍ୟ ୩ ଆକ୍ରାନ୍ତ ପ୍ରଥମ କରୋନା ଆକ୍ରାନ୍ତ ଦିଲ୍ଲି ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି।

ସମସ୍ତେ ଦିଲ୍ଲୀରୁ ଗୋଟିଏ ଗାଡିରେ ଫେରିଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ଜଣେ ନିଜ ଘରେ ସଂଗରୋଧରେ ରହୁଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଘର କାଶିପୁର ବ୍ଲକର ହୋଇଥିବା ବେଳେ ଜଣଙ୍କ ଘର କୋଲନରା ବ୍ଲକର ବୋଲି ଜଣାପଡିଛି। ୩ ଜଣ ଯାକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ। ତେବେ ସଂଗରୋଧ ସାରି ଯୁବକ ଜଣକ ନିଜ ଘରେ ସଂଗରୋଧରେ ରହୁଥିଲେ। ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୁବକଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା। ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ଭୂବନେଶ୍ୱର ପଠାଯାଇଥିଲା। ୩ ଜଣଙ୍କ ସ୍ୱାବ ପଜେଟିଭ ଆସିଥିବା ଜିଲ୍ଲାପାଳ ଶ୍ରୀବେହେରା ସୂଚନା ଦେଇଛନ୍ତି । ୩ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଲୋନରା ସେବାଶ୍ରମରେ ଥିବା ବେଳେ ଅନ୍ୟ ଦୁଇଜଣ କାଶିପୁର ବ୍ଲକ ଡଙ୍ଗାସିଲ ପଂଚାୟତ ଅନ୍ତର୍ଗତ ଅନାଗାର ଗ୍ରାମରେ ଥିବା ବେଳେ ଅନ୍ୟ ଜଣେ କାଶିପୁର ହାଇସ୍କୁଲରେ ଥିଲେ। ଏହି ସମସ୍ତ ଅଂଚଳକୁ ନିଷିଧାଚଂଳ ଜୋନ ଭାବେ ଘୋଷଣା କରାଯାଇଛି । ୪ଜଣ କୋରନା ଆକ୍ରାନ୍ତଙ୍କୁ ପଡୋଶୀ ଜିଲ୍ଲା ଗଜପତି କୋଭିଡ ହସ୍ପିଟାଲକୁ ପଠାଯାଇଛି।