ଶ୍ରୀମନ୍ଦିର ସେବାୟତମାନଙ୍କୁ ରଥନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିବ ୫ ହଜାର ଟଙ୍କା ଓ ସ୍ୱତନ୍ତ୍ର ମାସ୍କ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସେବାୟତମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ସେବାୟତମାନଙ୍କୁ ରଥନିର୍ମାଣ ପାଇଁ ପ୍ରଥମ କିସ୍ତି ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୫ହଜାର ଟଙ୍କା ଦିଆଯିବ। ଏଥିସହ ସେବାୟତଙ୍କ ସୁରକ୍ଷା ପାଇଁ ସେବାୟତଙ୍କ ମଧ୍ୟରେ ୫ହଜାର ମାସ୍କ ବଣ୍ଟାଯିବ।

ମାସ୍କ ପ୍ରସ୍ତୁତ କରିବା ପାଇଁ ବୟନିକାକୁ ଏହାର ଡିଜାଇନ ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଗାମୀ ନୀତିକାନ୍ତି ସମୟରେ ସେବାୟତ ମାନେ ଏହି ମାସ୍କ ପରିଧାନ କରିବେ। ଏଥିସହିତ ସ୍ନାନପୂର୍ଣ୍ଣିମା ନୀତିକୁ ଶୃଙ୍ଖଳିତ ଭାବେ ଶେଷ କରିଥିବାରୁ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଧନ୍ୟବାଦ ଜଣାଇଛନ୍ତି।