କରୋନା ପ୍ରଭାବ: ଏନସିଇଆରଟି ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୁତାଣୁ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ଦେଶରେ ଗତ ୩ ମାସ ହେବ ଲକଡାଉନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାପକ ଅବହେଳା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ଅନଲାଇନ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଶିକ୍ଷାର ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ସମସ୍ତ ଏନସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଡିଜିଟାଲ ପାଠ୍ୟକ୍ରମ ଉବଲବ୍ଧି ହେବ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନ୍ୟାସନାଲ କାଉଁସିଲ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଟ୍ରେନିଂ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ରୋଟାରୀ ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏନସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଜିଟାଲ ପାଠ୍ୟକ୍ରମ ଉପଲବ୍ଧ ହେବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ହିନ୍ଦି ଓ ଇଂରାଜୀ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ପରେ ଅନ୍ୟ ଭାଷାରେ ପାଠ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ତେବେ ଏହାଦ୍ୱାରା ଛାତ୍ରଛାତ୍ରୀମାନେ କରୋନା ସଂକ୍ରମଣରୁ ବର୍ତ୍ତିବା ସହିତ ଲକଡାଉନ ସମୟରେ ଘରେ ରହି ପାଠ ପଢ଼ାର ସୁବିଧା ପାଇପାରିବେ ବୋଲି କୁହାଯାଇଛି।