ରାମନାଗୁଡା,ଏନ୍ଏନ୍ଏସ୍: ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟରେ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ନିଜେ ବିଡିଓ ସଫା କରିଛନ୍ତି। ରାମନାଗୁଡା ବିଡିଓ ବେଣୁଧର ଶବର ସଙ୍ଗରୋଧ କେନ୍ଦ୍ରର ଚତୁପାର୍ଶ୍ବରେ ପଡି ରହିଥିବା ଅଳିଆ ଆବର୍ଜନାକୁ ପୋଡ଼ିବା ସହ ସଚେତନତା ସୃଷ୍ଟି କରିଛନ୍ତି। ସେହିପରି ସଙ୍ଗରୋଧ କେନ୍ଦ୍ରରେ ଭିତରେ ମଧ୍ୟ ସଫାସୁତୁରା କରି ପ୍ରବାସୀ ମାନେ କିପରି ପରିଷ୍କାର ପରିଛ୍ନନ ରହିବେ ଓ ପ୍ରବାସୀଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଥିଲେ।
