ଫ୍ୟାନ୍ ଚୋରୀ କରି ୬ ଗିରଫ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ୬ ଜଣ ଫ୍ୟାନ ଚୋରକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୬ ଜଣ ହେଲେ ପାଟଣା ଥାନା ଗୋରାଣ୍ଡିଯୋଡି ଗ୍ରାମର ମନୋଜ ବେହେରା(୨୩) ଜୀତେନ୍ଦ୍ର ବେହେରା(୧୯) କୁନା ବେହେରା(୨୮) ପିଣ୍ଟୁ ବେହେରା(୨୩) ଜଗନ୍ନାଥ ବେହେରା (୧୯) ସନ୍ତୋଷ ବେହେରା (୩୫)।
ମିଳିଥିବା ସଳଚନା ଅନୁଯାୟୀ, ଗତ ୨ ତାରିଖ ରାତି ଗୋରାଣ୍ଡିଯୋଡି ସ୍ଥିତ କସ୍ତୁରିବା ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ଗ୍ରୀଲଭାଙ୍ଗି ୧୧ଟା ଫ୍ୟାନ ଚୋରି କରିନେଇଥିଲେ। ଏନେଇ ହଷ୍ଟେଲ ମେଟ୍ରୋନ ଫୁଲମଣି ମହାନ୍ତ ଗତକାଲି ପାଟଣା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପାଟଣା ପୋଲିସ ଗୋରାଣ୍ଡିଯୋଡି ଗ୍ରାମରେ ଚଢ଼ାଉ କରି ୧୦ଟି ଫ୍ୟାନ ଜବତ କରି ସମସ୍ତଙ୍କୁ ଗିରଫ କରି ପାଟଣା ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୋମନାଥ ଜେନା ସୂଚନା ଦେଇଛନ୍ତି।