ଦେବଗଡ଼ରେ ୫ ଶାଖା ବିଶିଷ୍ଟ ଖଜୁରୀ ଗଛ

ଦେବଗଡ଼,ଏନ୍ଏନ୍ଏସ୍: ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାରେ ପ୍ରକୃତି ବିଭିନ୍ନ ଉପହାର ସଦୃଶ୍ୟ ଝରଣା ପାହାଡ ଓ ଜଙ୍ଗଲ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ପୌରଞ୍ଚଳରେ ଥିବା ଓଟଲ ବଟ ସମ୍ପୃକ୍ତ ଅଞ୍ଚଳରେ ଏକ ନୂତନ ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ମଧ୍ୟ ଉକ୍ତ ରାସ୍ତା ଦେଇ ଯାଉଥିବା ଯାନବାହାନ ତଥା ପଥିକ ସେଠାରେ କିଛି କ୍ଷଣ ପାଇଁ ଅଟକି ଓଲଟ ବଟର ପ୍ରାକୃତିକ ବୈଚିତ୍ରକୁ ଉପଭୋଗ କରିଥାନ୍ତି।

ଏଭଳି ଏକ ବିଚିତ୍ର ଖଜୁରୀ ଗଛ ଦେଖିବାକୁ ମିଳିଛି ବାରକୋଟ ବ୍ଲକ ବଳମ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗୌଡନାଳୀ ଗ୍ରାମର ସଦାଶିବ ମିର୍ଦ୍ଧାଙ୍କ ବାଡିପଟେ। ପୂର୍ବରୁ ଖଜୁରୀ ଗଛକୁ ନେଇ ବିଭିନ୍ନ ଢ଼ଗ ଢ଼ମାଳୀ ରହିଆସିଥିବା ବେଳେ ଏହି ୫ ଶାଖା ବିଶିଷ୍ଟ ଖଜୁରୀ ଗଛ ଆବିର୍ଭାବ ପରେ ଢ଼ଗ ଢ଼ମାଳୀ ମଧ୍ୟ ଭୁଲ ପ୍ରମାଣିତ ହୋଇଛି।

ସେହିପରି ପ୍ରକୃତିର ବିସ୍ମୟ ବେଲ ଗଛରେ ୫ଟିକିଆରୁ ଆରମ୍ଭ କରି ୭ ଓ ୧୧ଟିକିଆ ପତ୍ର, ନିମ୍ବ ଗଛରୁ କ୍ଷୀର ଆଦି ଭଳି ବୈଚିତ୍ରତା ଦେଖିବାକୁ ମିଳୁଥିବା ବେଳେ ଏବେ ୫ ଶାଖା ବିଶିଷ୍ଟ ଖଜୁରୀଗଛ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।