ଝାରସୁଗୁଡା,ଏନ୍ଏନ୍ଏସ୍: ଜିଲ୍ଲା ବ୍ରଜରାଜନଗର ଲାଜକୁରା କୋଲ ସାଇଡିଙ୍ଗରେ ବିନା ଇଞ୍ଜିନରେ ମାଲବାହୀ ଟ୍ରେନ୍ ପ୍ରାୟ ୧ କିଲୋମିଟର ଯିବାପରେ ଓଲଟି ପଡିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୪ଟାରେ କୋଇଲା ବୋଝେଇ ହୋଇ ରହିଥିବା ୬୦ଟି ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଆପେ ଆପେ ଗଡିଯାଇଥିଲା। ଲଜକୁରା କୋଲ ସାଇଡିଂରୁ ଟ୍ରେନ୍ ଯାଇ ଇବ୍ ପିଟ୍ ନିକଟରେ ଓଲଟିପଡିଥିଲା। ଫଳରେ ଟ୍ରାକରୁ ୪ଟି ବଗି ତଳକୁ ଖସି ଯାଇଥିଲା।
