ଓସ୍କା ପକ୍ଷରୁ ସପ୍ତାହକର ଗ୍ରୋସରୀ ସାମଗ୍ରୀ ବଣ୍ଟନ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ାସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ସ୍ୱେଛାସେବୀ ସଂଗଠନ ଓସ୍କା ତରଫରୁ ଅସହାୟ ଲୋକଙ୍କୁ ଗ୍ରୋସରୀ ସାମଗ୍ରୀ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପାଟଣା ବିଧାୟକ ଜଗନ୍ନାଥ ନାୟକ ଶୁଭାରମ୍ଭ କରିଛନ୍ତି। ଏଥିରେ ଓସ୍କା ସମ୍ପାଦିକା ଧରିତ୍ରୀ ରାଉତ, ୨୧ ନମ୍ବର ଜିଲା ପରିଷଦ ସଦସ୍ୟା ସୁରୁମାଲ ବେହେରା, ଅନୁଷ୍ଠାନ ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ, କଣ୍ଟିଆପଡ଼ା ସରପଞ୍ଚ ଚକ୍ରଧର ନାୟକ ଓ ସମିତି ସଭ୍ୟ ବିଭୁତି ନାୟକ ଉପସ୍ଥିତ ଥିଲ।