ବାରିଝୋଲା ଗ୍ରାମରେ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ, ବିଧାୟକ

ରାୟଗଡା,ଏନ୍ଏନ୍ଏସ୍ : ବାରିଝୋଲା ଗ୍ରାମରେ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ, ବିଧାୟକ । ରାୟଗଡ ଜିଲା ହାଲୁଆ ଗ୍ରାମ ପଚାଂୟତ ଅଧିନସ୍ତ ବାରିଝୋଲା ଗ୍ରାମରେ କିଛି ଦିନ ପୂର୍ବରୁ ଅଜଣା ଜ୍ୱର ଆତଙ୍କ ସୃଷ୍ଟି କରିଥିବା ଗଣମାଧ୍ୟମରେ ଖବର ପ୍ରଚାର ପରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଗ୍ରାମରେ ପହଚିଂ ଆଜଣା ରୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟା ବିଭାଗ ତରଫରୁ ରୋଗର ପ୍ରକୃତ କାରଣ ନିରୂପଣ କରିବା ନେଇ ରକ୍ତ ନମୁନା ସଂଗ୍ରହ କରି ଏସସିବି ପଠାଯାଇଥିବାବେଳେ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଗ୍ରାମର ପାଶ୍ୱର୍ସ୍ତ ପରିବେଶ ସଫା ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଟିମ ଗସ୍ତ କରି ଲୋକଙ୍କୁ ସଚେତନ କରିଛି।

ମଶା କାମୁଡା ଦ୍ୱାରା ରୋଗ ବ୍ୟାପୁଥିବା ଅନୁମାନ କରି ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ତେବେ ଉକ୍ତ ଗ୍ରାମରେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ୧୫ଜଣ ଲୋକଙ୍କ ରକ୍ତ ନମୁନା ପଠା ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନମୁନାରେ ଚିକେନଗୁନିଆ ରୋଗରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ତେବେ ଗ୍ରାମବାସୀଙ୍କୁ ରୋଗରୁ ବଚାଂଇବା ସକାଶେ ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂମ୍ପର୍କରେ ମନ୍ତ୍ରୀ ଶ୍ରୀ ସରକା ଓ ବିଧାୟକ ଶ୍ରୀ ମୁଦୁଲି ଗ୍ରାମବାସୀଙ୍କୁ ପଚାରି ବୁଝିଛନ୍ତି। ସ୍ଥିତି ନିୟନ୍ତ୍ରାଧିନ ରହିଥିବାବେଳେ ଗ୍ରାମରେ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିବା ଜିଲା ମୁଖ୍ୟା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି। ତେବେ ଗ୍ରାମରେ ମଶା କାମୁଡା ଯୋଗୁଁ ରୋଗ ବ୍ୟାପୁଥିବା ସ୍ପଷ୍ଟ ସୂଚନା ଦେଇଛନ୍ତି ଶ୍ରୀ ନାୟକ। ଏଥିନେଇ ଟିମ ଗଠନ କରାଯାଇ ସ୍ଥିତି ଉପରେ ସଂମ୍ପୂର୍ଣ୍ଣ ନଜର ରଖାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ସଚେତନତା କରାଯାଉଥିବା କହିଛନ୍ତି ଡ଼ା ନାୟକ ।

ସୂଚନା ମୁତାବକ, ଗତ କିଛିଦିନଠାରୁ ବାରିଝୋଲା ଗ୍ରାମର ୮୦ଜଣରୁ ଉଦ୍ଧ୍ୱର୍ ଲୋକ ଏହି ଅଜଣା ଜ୍ୱାରରେ ଆକ୍ରାନ୍ତ ହୋଇ ଚିକିତ୍ସା ହୋଇଥିବା ବେଳେ ଖବର ପାଇ ତୁହାକୁ ତୁହା ମୋଡିକାଲ ଟିମ ଉକ୍ତ ଗ୍ରାମକୁ ଗସ୍ତ କରି କାରଣ ଖୋଜିବାରେ ଲାଗିଥିବା ଜଣାପଡିଛି। ଏହି ରୋଗ ମଶା କାମୁଡା ଯୋଗୁଁ ବ୍ୟାପୁଥିବା ପ୍ରାଥମିକ ଯାଚଂରୁ ଟିମ ଜଣାବାକୁ ପଇଥିବା ବେଳେ ଚିକେନଗୁନିଆ ରୋଗ ହୋଇଥିବା ଆଶଙ୍କା କରି ରକ୍ତ ନମୁନା କଟକ ଏସସିବି ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ଏଥିରେ ଦୁଇଜଣଙ୍କ ନମୁନାରେ ଚିକେନଘୁନିଆ ରୋଗ ଚିହ୍ନଟ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି।