ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ :କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଂଚଳରେ ଆଜି ଅପରାହ୍ନ ୨ଟା ୫୯ମିନିଟ ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳ ଗ୍ରାମବସୀମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ । ପ୍ରାୟ ୨୫ରୁ ୩୦ସେକଣ୍ଡ ଧରି ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଅଞ୍ଚଳରେ କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି । ଦାରିଙ୍ଗବାଡି ସମେତ ଶ୍ରାନିକେତା ,ପ୍ଲିହେରି, ଦାସିଙ୍ଗବାଡ଼ି ଆଦି ପଂଚାୟତରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଦାରିଙ୍ଗବାଡି ଅଞ୍ଚଳରେ ବାରମ୍ବାର ଏହିଭଳି ଭାବରେ ମୃଦୁ ଭୂମିକମ୍ପ ଅନୁଭୂତ ହେଉଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ ଲୋକେ ଆତଙ୍କିତ ହୋଇ ରହୁଛନ୍ତି।