ପଙ୍ଗପାଳ ନିୟନ୍ତ୍ରଣ ପାଇଁ ବ୍ରିଟେନରୁ ମଗାଗଲା ସ୍ୱତନ୍ତ୍ର ସ୍ପ୍ରେୟର

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ବର୍ତ୍ତମାନ ଆତଙ୍କ ଖେଳାଇଥିବା, ପଙ୍ଗପାଳ ମାନଙ୍କଠାରୁ ମୁକ୍ତି ପାଇବା ପାଇଁ ହେଲିକପ୍ଟର ବ୍ୟବହାର କରିବାକୁ ବର୍ତ୍ତମାନ କେନ୍ଦ୍ର ସରକାର ପ୍ରସ୍ତୁତି କରୁଛନ୍ତି। ପଙ୍ଗପାଳଙ୍କ କାରଣରୁ ସମଗ୍ର ଉତ୍ତର ଭାରତର ଅନେକ ଜିଲ୍ଲାର ଚାଷୀ ମାନେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛନ୍ତି। ପଙ୍ଗପାଳର ସମସ୍ୟା ଦେଖି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ପଙ୍ଗପାଳ ସମସ୍ୟାର ସମାଧାନ ପାଇଁ ଏହି ବ୍ରିଟେନରୁ ୧୫ ଟି ସ୍ପ୍ରେୟର ଅଣାଯାଉଛି ଏବଂ ଆଉ ୪୫ଟି ସ୍ପ୍ରେୟର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେ କହିଛନ୍ତି ଯେ ପଙ୍ଗପାଳ ଦୂର କରିବା ପାଇଁ ଉଚ୍ଚ ଗଛ ମାନଙ୍କରେ କୀଟନାଶକ ସ୍ପ୍ରେ କରିବା ପାଇଁ ଖୁବ୍ ଶୀଘ୍ର ଡ୍ରୋନର ବ୍ୟବସ୍ଥା ମଧ୍ୟ କରାଯାଉଛି, ହେଲିକପ୍ଟରଗୁଡିକ ଏରିଆଲ୍ ସ୍ପ୍ରେ କରାଯିବରେ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସମସ୍ୟାର ନିରାକରଣର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ପଙ୍ଗପାଳ ସମସ୍ୟାକୁ ନେଇ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ପଙ୍ଗପାଳ ପ୍ରଭାବିତ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ଯୋଗାଯୋଗରେ ଅଛି ଏବଂ ଏ ସମ୍ପର୍କରେ ପରାମର୍ଶଦାତା ମଧ୍ୟ ଜାରି କରାଯାଇଛି।