ଖଲ୍ଲିକୋଟ,ଏନ୍ଏନ୍ଏସ୍ : ଭଉଣୀ ଘରେ ସାବିତ୍ରୀ ଅମାବାସ୍ୟା ଭାର ଦେଇ ଫେରୁଥିବା ବେଳେ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଭାଇର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି,ଗଞ୍ଜାମ ଜିଲ୍ଲା ଭେଜିପୁଟ କଞ୍ଚଣା ପୂର୍ତ୍ତରାସ୍ତାର ପଥୁରୀନାଳ ବାଙ୍କରେ ।
ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ୍ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ (୪୦) ତା’ର ସାଙ୍ଗ ପ୍ରଦୀପ ଗୌଡ଼କୁ ନେଇ ବାଇକରେ ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁରେ ଥିବା ଭଉଣୀକୁ ଘରକୁ ଯାଇଥିଲେ। ସେଠାରେ ସାବିତ୍ରୀ ଭାର ଦେଇ ଫେରୁଥିବାବେଳେ ପଥୁରୀନାଳ ବାଙ୍କରେ ଭାରସାମ୍ୟ ହରାଇ ବାଇକଟି ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡିକାଲକୁ ନେବାପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ। ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ôଚ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।