ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରର କୋପୱାରା ଜିଲ୍ଲାର ହଣ୍ଡୱାରାରେ ଗତକାଲି ବିଳମ୍ବିତ ରାତ୍ର୍ରିରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୧ ରାଷ୍ଟ୍ରୀୟ ରାଇଫଲର ଦୁଇ ଅଫିସରଙ୍କ ସମେତ ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଏହି ସହିଦଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ ରହିଛନ୍ତି।

ସୂଚନା ଅନୁସାରେ ଶ୍ରୀନଗର ଠାରୁ ୭୦ କିଲୋମିଟର ଦୂରରେ ଥିବା କୋପୱାର ଜିଲ୍ଲାର ହଣ୍ଡୱାରା ଅଞ୍ଚଳକୁ ଆତଙ୍କୀମାନେ ନିଜ କବଜାରେ ନେଇଥିଲେ। ପରେ ପୁଲିସ ଓ ସ୍ଥଳସେନା ଖବର ପାଇ ଏକ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ଜାମ୍ମୁ କାଶ୍ମୀର ପୁଲିସ ଓ ୨୧ ରାଷ୍ଟ୍ରୀୟ ରାଇଫଲର ଯବାନ ମାନେ ମିଳିତ ଭାବେ ଅଂଶ ଗ୍ରହଣ କରିଥିଲେ। ପରେ ସେ ଘଟଣାସ୍ଥଳକୁ ଯାଇ ସେଠାରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ।
