ଋାୟଗଡ଼ା,ଏନ୍ଏନ୍ଏସ୍: ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇ ଥିବାବେଳେ ଏହି ଯୁଦ୍ଧରେ ବିବାହକୁ ପଛରେ ପକାଇ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି ରାୟଗଡ଼ାର ୨ ପୁଲିସ ଅଧିକାରୀ। ସେମାନେ ହେଲେ ରାୟଗଡ଼ା ସଦର ଥାନରେ କର୍ତ୍ତବ୍ୟରତ ମହିଳା ସବ୍ ଇନ୍ସପେକଟର ଜୟସ୍ମିତା ବେହେରା ଏବଂ ସବ୍ ଇନ୍ସପେକ୍ଟର ମାସନ କୁମାର ସାହୁ। ଜୟସ୍ମିତା ବେହେରାଙ୍କ ଘର ପୁରୀ ଜିଲ୍ଲା ବାଁ ବରଡା ଗ୍ରାମରେ। ଜୟସ୍ମିତା ୩ ବର୍ଷ ତଳୁ ପୁରୀ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର ରାଜେଶ କୁମାର ପ୍ରଧାନଙ୍କୁ ଭଲ ପାଇ ବସିଥିଲେ। ରାଜେଶ ଏଲଏଣ୍ଡଟି ଘରୋଇ କମ୍ପାନିରେ କାର୍ଯ୍ୟରତ।
