Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁଲୱାମାର ଅବନ୍ତୀପୋରାରେ ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କୀ ନିପାତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁଲୱାମାର ଅବନ୍ତୀପୋରାରେ ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କୀ ନିପାତ

ପୁଲୱାମା,ଏଜେନ୍ସି: ଜାମ୍ମୁ କାଶ୍ମୀରରେ ପୁଲୱାମାର ଅବନ୍ତୀପୋରାରେ ଭାରତୀୟ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। କୁହାଯାଉଛି କି, ଗୋରୀପାରା ଅଞ୍ଚଳରେ ୨ ରୁ ୩ ଜଣ ଆତଙ୍କବାଦୀ ଏକ ଘରେ ଲୁଚିଥିଲେ। ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କ ଉପରେ ଲଗାତର ଗୁଳିଚାଳନା କରିଥିଲେ। ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ପ୍ରତିଜବାବ ଦିଆଯାଇଥିଲା। ଏଯାଏଁ ସୁରକ୍ଷାବାହିନୀର ଗୁଳିରେ ୨ ଜଣେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ପୁଲୱାମାର ଅବନ୍ତୀପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ଯବାନ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ସେନା ଏହାର ପ୍ରତି ଯବାବ ଦେଇଥିଲା। ଏହି ଗୁଳିବିନିମୟରେ ୨ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି। ଏବେବି ଜଣେ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଛି।