ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଆଜି ଦେଶର ସମସ୍ତଙ୍କ ଦୋକାନକୁ ସର୍ତ୍ତମୂଳକ ଭାବେ ଖୋଲାଯିବ। କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟର ବାହାରର ଦୋକାନ ସବୁ ଖୋଲାଯିବ। ନଗର ନିଗମ ଏବଂ ନଗର ପାଳିକା ଅଞ୍ଚଳ ସ୍ଥିତ ରାଜ୍ୟ ତିଥା କେନ୍ଦ୍ରଶାସିତ ପ୍ରଦେଶର ସ୍ଥାପନା ଅଧିନିୟମ ଅନୁସାରେ ପଞ୍ଜିକୃତ, ଆବାସିୟ କଲୋନି ନିକଟରେ ଥିବା ଦୋକାନ ମାନ ଖୋଲିପାରିବେ। କିନ୍ତୁ ଶୋ ରୁମ୍, ସପିଙ୍ଗ କମ୍ପଲେକ୍ସ ଏବଂ ମାର୍କେଟ କମ୍ପ୍ଲେକ୍ସ ଖୋଲାଯିବ ନାହିଁ।
ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଗୃହମନ୍ତ୍ରାଳୟ ତରଫରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆଦେଶ ଅନୁସାରେ କେବଳ ୫୦ ପ୍ରତିଶତ କର୍ମଚାରୀ ଖୋଲୁଥିବା ଦୋକାନରେ କାର୍ୟ୍ୟ କରିପାରିବେ। ଏମାନଙ୍କୁ ସାମାଜିକ ଦୂରତା ରକ୍ଷା କରି କାର୍ୟ୍ୟ କରିବାକୁ ପଡିବ। ଏଥିସହିତ ମୁହଁରେ ମାସ୍କ ପିନ୍ଧିବା ସହ, ସାନିଟାଇଜେଶନ ନିୟମର କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି।