ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ନୀତି

ଭୁବନେଶ୍ୱର : କୌଣସି ଧାର୍ମିକ କାର୍ଯ୍ୟ ମନ୍ଦିର ବାହାରେ ହୋଇପାରିବ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶା ବଳୀ ରହିଛି। ଏଣୁ ଶଙ୍କରାଚାର୍ଯ୍ୟଙ୍କ ଅନୁମତି କ୍ରମେ ପୁରୀ ଶ୍ରୀଜଗନ୍ନାଥଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପରମ୍ପରା ଶ୍ରୀମନ୍ଦିର ଭିତରେ କରାଯିବ ବୋଲି ଆଜି ନିଷ୍ପତି ନିଆଯାଇଥିବା କଥା ପୁରୀ ଗଜପତୀ ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ଆସନ୍ତାକାଲି ଶନିବାର ଏ ସମ୍ପର୍କରେ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ମନ୍ଦିର ଭିତରେ କିପରି ଏହି କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ପଦେକ୍ଷେପ ନିଆଯିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।

ରଥଯାତ୍ରା ଓ ଜଗନ୍ନାଥଙ୍କ ପରମ୍ପରା କିପରି ହେବ ନିଷ୍ପତିି ନେବା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। କିନ୍ତୁ ଏ ନେଇ କୌଣସି ନିଷ୍ପତି ହୋଇପାରି ନଥିଲା। କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏ ସମୟରେ କୌଣସି ଧାର୍ମିକ କାର୍ଯ୍ୟ ମେଳା ମହୋତ୍ସବ ମନ୍ଦିର ବାହାରେ ହୋଇପାରିବ ନାହିଁ ବୋଲି ସପେଟ ନିର୍ଦ୍ଦେଶ ନାମା ରହିଛି। ଏକ୍ଷତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଚନ୍ଦନ ଯାତ୍ରା ପରମ୍ପରା ମଧ୍ୟ ଆରମ୍ଭ ହେବ। ମେ’୩ତାରିଖ ପଯ୍ୟନ୍ତ ଲକ୍ ଡାଉନ୍ ଥିବାରୁ ଏହା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଆସିବ । ତାକୁ ଭିତି କରି ପରିଚାଳନା କମିଟି ବୈଠକ ବସି ପରବର୍ତୀ ପଦକ୍ଷେପ ନିଆଯିବ କିନ୍ତୁ ଜୁନ୍ ମାସରେ ରଥଯାତ୍ରା ରହିଛି ଏହା ପୂର୍ବରୁ ଯଦି ଅକ୍ଷୟ ତୃତୀୟାରୁୁ ଜଗନ୍ନାଥଙ୍କ ରଥକାମ ବନ୍ଦ କରାଯାଏ ରଥକାମ ହେବନି ବୋଲି ଏକ ବାର୍ତା ଯିବ। ସେଥିପାଇଁ ରଥ ଖଳାରେ ରଥ କାମ କରାଯିବ ବୋଲି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି।