Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରିପବ୍ଲିକ ଟିଭିର ମୁଖ୍ୟ ତଥ୍ୟ ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରିପବ୍ଲିକ ଟିଭିର ମୁଖ୍ୟ ତଥ୍ୟ ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ

ମୁମ୍ବଇ,ଏଜେନ୍ସି: ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭିର ଏଡିଟର ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ନିଜ ଚ୍ୟାନେଲରେ ପ୍ରସାରଣ କରିବା ସହ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଏହା ପରେ ୨ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୧୨ଟା ୩୦ ସମୟରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ଷ୍ଟୁଡିଓରୁ ଫେରୁଥିଲେ। ଏହି ସମୟରେ ବାଇକରେ ୨ଜଣ ଯୁବକ ସେମାନଙ୍କ କାର ଉପରେ ଆକ୍ରମଣ କରିଥିଲେ।

ସୂଚନାଅନୁସାରେ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀ କାରରେ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ଏହାପରେ ସେମାନେ କାରକୁ କାଚକୁ ବାଡେଇ ଭାଙ୍ଗିବାକୂ ଚେଷ୍ଟା କରିଥିଲେ। ଏହାପରେ ଦୁଇ ଦୁର୍ବୃତ୍ତ ଅର୍ଣ୍ଣବଙ୍କ କାର ଉପରକୁ କାଳିମାଡ କରି ଖସି ଯାଉଥିଲେ। ଏହି ସମୟରେ ଅର୍ଣ୍ଣବଙ୍କ ସୁରକ୍ଷାକର୍ମୀ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଯଦିଓ ଏହି ଆକ୍ରମଣରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କୁ କୌଣସି ଆଘାତ ଲାଗିନାହିଁ କିନ୍ତୁ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାଟି ଅର୍ଣ୍ଣବଙ୍କ ମୁମ୍ବଇ ସ୍ଥିତ ଘରଠୁ ମାତ୍ର ୫୦୦ ମିଟର ଦୂରରେ ଘଟିଥିଲା।

ଏହାପରେ ଅର୍ଣ୍ଣବ ଏହି ଆକ୍ରମଣ ବିରୋଧରେ ପୁଲିସ୍‌ ଷ୍ଟେସନର ଏଫଆଇଆର ଦାଖଲ କରିଛନ୍ତି। ଏଫଆଇଆରରେ ସେ ଆକ୍ରମଣକାରୀଙ୍କୁ ଯୁବ କଂଗ୍ରେସର ସଦସ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଏହି ଆକ୍ରମଣ ପଛରେ କଂଗ୍ରେସର ହାତଥିବା ଅର୍ଣ୍ଣବ ଟ୍ୱିଟ କରିବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କାପୁରୁଷ ବୋଲି କହି ସମାଲୋଚନା କରିଛନ୍ତି ।